ବିନା ମାଟିରେ ସବୁଜ ଗୋଖାଦ୍ୟ ପ୍ରସ୍ତୁତି ବିଷୟରେ ସୂଚନା by RFIS-ADVISORIES published on 2023-01-20T11:39:15Z ଆଜି କାଲି ଚାଷ ଜମିର ଅଭାବ, ବାଡ ବାବଦକୁ ଅଧିକ ଖର୍ଚ୍ଚ ଆଦି ଯୋଗୁଁ ଗୋ-ପାଳକମାନେ ସବୁଜ ଗୋ-ଖାଦ୍ୟ ଚାଷ କରିବାକୁ ଚାହୁଁ ନାହାନ୍ତି । ଏଭଳି ଗୋ-ପାଳକ ଭାଇ ଓ ଭଉଣୀମାନେ ବିନା ମାଟିରେ କେବଳ ପାଣି ସାହାଯ୍ୟରେ ସବୁଜ ଗୋ-ଖାଦ୍ୟ ଚାଷ କରିପାରିବେ । ଏହା ନିଜ ଘରେ ସମ୍ଭବ । ଏଥିପାଇଁ ଲୋଡା ହାଇଡ୍ରୋପୋନିକ୍ ଗ୍ରୀନ ଫୋଡର ମେସିନ୍ । ଏହି ଯନ୍ତ୍ରର ଆମ ଦେଶରେ କମ ମୂଲ୍ୟରେ ଉପଲବ୍ଧ । ଗୋ-ଖାଦ୍ୟ ଉପଯୋଗୀ ମଞ୍ଜିକୁ ଚାରି ଘଣ୍ଟା ପାଣିରେ ଭିଜାଇ, ଏହି ଯନ୍ତ୍ରରେ ରଖିଲେ କିଛି ଦିନ ମଧ୍ୟରେ ସବୁଜ ଗୋ-ଖାଦ୍ୟ ଉତ୍ପନ୍ନ ହୋଇଥାଏ ।