ସୋରିଷ ଫସଲରେ ଜଉ ପୋକ ନିୟନ୍ତ୍ରଣ by RFIS-ADVISORIES published on 2024-03-19T12:11:23Z "ସୋରିଷର ମୁଖ୍ୟ ପୋକ ଯାହାକି ଅଧିକ ପରିମାଣରେ ଫସଲକୁ ନଷ୍ଟ କରିଥାଏ ତାହା ହେଉଛି ଶୋଷକ ଜାତୀୟ ଜଉ ବା ଜଉଆ ପୋକ । ଏହି ଜଉ ପୋକକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମେ ବିହନକୁ ଇମିଡାକ୍ଲୋପ୍ରିଡ ୧ କିଲୋଗ୍ରାମ ବିହନ ପ୍ରତି ୫ ମିଲିଲିଟର ହିସାବରେ ବିହନକୁ ବିଶୋଧନ କରାଯାଏ । ଜୈବିକ ଉପାୟରେ ଜଉ ପୋକର ପରିଚାଳନା ପାଇଁ ପ୍ରାଥମିକ ସ୍ତରରେ ଏକର ପ୍ରତି ୮ ଗୋଟି ହଳଦିଆ ଅଠାଳିଆ ଯନ୍ତା ରଖନ୍ତୁ ଏବଂ ଏକର ପ୍ରତି ୬୦୦ ମିଲିଲିଟର ନିମ୍ବଜାତ କୀଟନାଶକ ୧୫୦୦ ପି.ପି.ଏମ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା କ୍ରାଇସୋପେର୍ଲା କାର୍ଣିଆ (Chrysoperla Carnea ) ଅଣ୍ଡା ଗୁଡିକୁ ଯଦି ସୋରିଷ ଫସଲରେ ବ୍ୟବହାର କରାଯାଏ ତେବେ ଏହି ପୋକ ନିୟନ୍ତ୍ରଣ କରାଯାଇପାରିବ । ଯଦି ଫସଲରେ ଫୁଲ ଆସିବା ସମୟରେ ଶୋଷକ ଜାତୀୟ ପୋକ ଲାଗନ୍ତି ତାହାକୁ ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ କରିବା ପାଇଁ ଇମିଡାକ୍ଳୋପ୍ରିଡ ୫୦ ମିଲିଲିଟର ୨୦୦ ଲିଟର ପାଣିରେ ମିଶାଇ ପ୍ରତି ଏକର ଜମିରେ ସିଂଚନ କରନ୍ତୁ କିମ୍ବା ଏସିଟାମିପ୍ରିଡ ୫୦ ଗ୍ରାମ କିମ୍ବା ବୁଫ୍ରୋଜିନ ୪୦୦ ମିଲିଲିଟର କିମ୍ବା ଥାୟୋମେଥୋକଜାମ ୪୦ ରୁ ୫୦ ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।