ସୋରିଷ ଫସଲରେ ପତ୍ର ପୋଡା ରୋଗ ନିୟନ୍ତ୍ରଣ by RFIS-ADVISORIES published on 2024-03-19T12:26:58Z ମେଘୁଆ ଏବଂ କୋହୋଲା ପାଗ ପାଇଁ ପତ୍ର ପୋଡା ରୋଗ ଅଧିକ ଦେଖାଯାଇଥାଏ I ସୋରିଷ ଫସଲ ଯଦି ପତ୍ର ପୋଡା ରୋଗରେ ଅଧିକ ଆକ୍ରମିତ ହୁଏ, ତେବେ ସୋରିଷ ଛୁଇଁ କଳା ହୋଇଯାଏ ଏବଂ ମଞ୍ଜି ଆକାରରେ ଛୋଟ ହୋଇଯାଏ । ଫଳ ସ୍ଵରୂପ ଚାଷୀକୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ପ୍ରତିକାର ବ୍ୟବସ୍ଥା ଭାବରେ ୪ ଗ୍ରାମ କପର ଅକ୍ସାଇକ୍ଲୋରାଇଡ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ୨.୫ ଗ୍ରାମ ମାଙ୍କୋଜେବ୍ କିମ୍ବା ୨ ଗ୍ରାମ ମେଟଲାକ୍ସିଲ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ଦ୍ୱାରା ଏହି ରୋଗରୁ ଅନେକ ସୁରକ୍ଷା ମିଳିପାରିବ ।