ଗାଈ ଓ ମଇଁଷି ମାନଙ୍କର ଫାଟୁଆ ରୋଗ ବିଷୟରେ ସୂଚନା by RFIS-ADVISORIES published on 2023-01-20T11:01:29Z "ଫାଟୁଆ ରୋଗ ସମସ୍ତ ଖୁରାଯୁକ୍ତ ପ୍ରାଣୀଙ୍କର ଏହା ଏକ ବଡ ଅନିଷ୍ଟକରୀ ଏବଂ ଉଚ୍ଚ ସଂକ୍ରମିତ ରୋଗ ରୂପେ ଦେଖା ଦେଇଥାଏ । ଏହି ରୋଗ ଖୁବ ଶୀଘ୍ର ଗୋଟିଏ ପ୍ରାଣୀରୁ ଅନ୍ୟ ପ୍ରାଣୀକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବ୍ୟାପିଥାଏ । ଏହି ରୋଗ ହୋଇଥିଲେ ପ୍ରଥମେ ଗୋରୁଙ୍କ ଶାରୀରିକ ଉତ୍ତାପ ୧୦୪ ରୁ ୧୦୬ ଡିଗ୍ରୀ ସେଣ୍ଟିଗ୍ରେଟ କୁ ବୃଦ୍ଧିପାଏ । ଗୋରୁ କିଛି ଖାଆନ୍ତି ନାହିଁ । ହଠାତ ଗାଈଙ୍କର କ୍ଷୀର ଦେବା ବନ୍ଦ ହୋଇଥାଏ । ଖୁରା, ପାଟି, ପହ୍ନା ବା ଚିରରେ ବିଭିନ୍ନ ଆକୃତିର ଫୋଟକା ସୃଷ୍ଟି ହୋଇ ଏବଂ ପରେ ଘା’ ରେ ପରିଣତ ହୁଏ । ଗୋରୁ ଛୋଟାଏ, ପାଟିରୁ ଲାଳ ବାହାରେ । ରୋଗ ନିୟନ୍ତ୍ରଣ ପାଇଁ ସମସ୍ତ ଗୋମହିଷାଦି ସୁସ୍ଥ ପଶୁ ମାନଙ୍କୁ ନିୟମିତ ଭାବେ ଏମ.ଏଫ.ଡି. ଟିକା ଦେବାର ବ୍ୟବସ୍ଥା କରନ୍ତୁ । ଆକ୍ରାନ୍ତ ରୋଗୁଙ୍କୁ ଗୋଠରେ ଚରିବାକୁ ଛାଡନ୍ତୁ ନାହିଁ । ସଂକ୍ରମିତ ଗୋରୁଙ୍କୁ ଡାକ୍ତରଖାନା ନ ଆଣି ଘରେ ରଖି ଚିକିତ୍ସା କରାନ୍ତୁ । ଗୁହାଳ, ଖାଦ୍ୟ ଓ ପାଣି ପାତ୍ରକୁ ନିୟମିତ ଭାବେ ବିଶୋଧନ କରନ୍ତୁ ଓ ଗୁହାଳ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଆପଣଙ୍କ ଗାଈ ଗୋରୁଙ୍କୁ ରୋଗ ବ୍ୟାପିଥିବା ଅଞ୍ଚଳକୁ ଛାଡନ୍ତୁ ନାହିଁ ଓ ସେଠାକାର ଗୋରୁ ଯେପରି ଆପଣଙ୍କ ଗ୍ରାମ ନିକଟକୁ ନ ଆସନ୍ତି ସେଥିପ୍ରତି ନଜର ରଖନ୍ତୁ ।