ଥାଇଲେରିଆ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ସୂଚନା by RFIS-ADVISORIES published on 2023-01-20T11:00:04Z ଥାଇଲେରିଆ ରୋଗ ଗୋରୁଗାଈଙ୍କର ଏକ ମାରାତ୍ମକ ରକ୍ତ ପ୍ରୋଟୋଯୋଆ ରୋଗ । ଏହି ରୋଗରେ ବହୁମାତ୍ରାରେ ଲୋହିତ ରକ୍ତକଣିକା ନଷ୍ଟ ହେବା ଯୋଗୁ ରକ୍ତହୀନତାରେ ପ୍ରାଣୀର ମୃତ୍ୟୁ ହୁଏ । ବିଶେଷ କରି ଶଙ୍କର ଜାତୀୟ ଗୋରୁଗାଇ ଏହି ରୋଗରେ ବହୁ ମାତ୍ରାରେ ଆକ୍ରାନ୍ତ ହୁଅନ୍ତି । ଟିଙ୍କ ଦ୍ଵାରା ଏହି ରୋଗ ଆକ୍ରାନ୍ତ ପ୍ରାଣୀଠାରୁ ସୁସ୍ଥ ପ୍ରାଣୀକୁ ବ୍ୟାପିଥାଏ । ଏଥିରେ ସଫଳ ଚିକିତ୍ସା ବହୁତ ବ୍ୟୟ ସାପେକ୍ଷ ଓ ସମୟ ସମୟରେ ଫଳପ୍ରଦ ମଧ୍ୟ ନୁହେଁ । ତେଣୁ ଏହି ରୋଗରୁ ପ୍ରାଣୀମାନଙ୍କୁ ବଞ୍ଚାଇବାକୁ ହେଲେ ଥାଇଲେରିଆ ଟିକକରଣ କରାନ୍ତୁ । ମାତ୍ର ୫୩ ଟଙ୍କା ରେ ଗୋଟିଏ ଶଙ୍କର ଜାତୀୟ ବହୁମୂଲ୍ୟ ପ୍ରାଣୀକୁ ଏହି ଘାତକ ରୋଗରୁ ଟୀକା ଦ୍ଵାରା ରକ୍ଷା କରାଯାଇପାରିବ ।