ଅଧୁନା କୋହଲା ପାଗ ପରିପ୍ରେକ୍ଷୀରେ ସୋରିଷ ଫସଲର ଯତ୍ନ କିପରି ନେବେ by RFIS-ADVISORIES published on 2024-03-19T12:23:05Z ଅଧୁନା କୋହଲା ପାଗ ସହ ଦିବା ରାତ୍ର ଉତ୍ତାପ ତାରତମ୍ୟ ପରିପ୍ରେକ୍ଷୀରେ ସୋରିଷ ଫସଲରେ ଜୋଉ ପୋକ ଓ କାଳିମୁଣ୍ଡି ପୋକର ପାଦୁର୍ଭାବ ବୃଦ୍ଧି ହୋଇପାରେ । ଏହାର ନିୟନ୍ତ୍ରଣ ପାଇଁ ନିମ୍ବ ଜାତୀୟ କୀଟନାଶକ (୧୫୦୦ ପି. ପି. ଏମ.) କୁ ଏକର ପ୍ରତି ୬୦୦ ମିଲିଲିଟର ବା ଫ୍ଲୋନିକାମାଇଡ କୁ ଏକର ପ୍ରତି ୬୦ ଗ୍ରାମ ହିସାବରେ ପତ୍ର ସିଞ୍ଚନ କରନ୍ତୁ । କାଳିମୁଣ୍ଡି ପୋକର ପ୍ରାରମ୍ଭିକ ଅବସ୍ଥାରେ ଲାମ୍ବଡା- ସାଇହାଲୋଥ୍ରିନ୍ କୁ ଏକର ପ୍ରତି ୨୫୦ ମିଲିଲିଟର ବା ଏମାମେକ୍ଟିନ୍ ବେନଜୋଏଟ୍ କୁ ୮୦ ଗ୍ରାମ ହିସାବରେ ସିଞ୍ଚନ କରନ୍ତୁ । ମହୁମାଛି ମାନଙ୍କ ସୁରକ୍ଷା ଓ ଫସଲରେ ପରାଗ ସଂଗମ ପାଇଁ କୀଟନାଶକ କୁ ଉପରବେଳା ୩ ଟା ରୁ ୫ ଟା ମଧ୍ୟରେ ପ୍ରୟୋଗ କରନ୍ତୁ ।