ନବଜାତ ବାଛୁରୀର ଯତ୍ନ କିପରି ନେବେ by RFIS-ADVISORIES published on 2023-05-16T11:53:54Z ବାଛୁରୀ ଜନ୍ମ ହେବା ପରେ ବାଛୁରୀକୁ କଷ କ୍ଷୀର ପିଆଇବା ଉଚିତ । ଏହାକୁ ପିଇଲେ ବାଛୁରୀର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ବାଛୁରି ପେଟରେ ଥିବା ଦୂଷିତ ମଳ ବାହାରି ଆସେ । ବାଛୁରୀ ୧ ମାସ ବେଳକୁ ସ୍ୱଳ୍ପ ମାତ୍ରାରେ ଚୋକଡ ଖାଇବା ଆରମ୍ଭ କରେ । ତେଣୁ, ଧୀରେ ଧୀରେ ଏହାର ମାତ୍ରା ୫୦ ଗ୍ରାମରୁ ଆରମ୍ଭ କରି ବଢାଇବା ଉଚିତ । ବାଛୁରୀକୁ ୧୫ ଦିନ ବେଳକୁ କୃମି ଔଷଧ ପିଆଇ ଦେବା ଉଚିତ ଏବଂ ୩ ମାସ ବେଳକୁ ଆଉ ଥରେ ଦେବା ଉଚିତ । କୃମି ଔଷଧ ନ ଖାଇବା ଦ୍ଵାରା ବାଛୁରୀର ପତଳା ଝାଡା ହେବା ସହିତ ରୁମ ଉପୁଡିଥାଏ ଓ ଚର୍ମ ରୋଗ ମଧ୍ୟ ହୋଇଥାଏ । ୨ ମାସ ସମୟ ବେଳକୁ ବାଛୁରିକୁ ଥେଲେରିଆ ଟୀକା ଏବଂ ୪ ମାସ ପରେ ସାହାଣ ଓ ବଜବଜିଆ ଟୀକା ଦେବା ଉଚିତ । ଏହି ଦୁଇ ଟିକାର ବ୍ୟବଧାନ ୧୫ ଦିନ ରଖିବା ଉଚିତ । ୬ ମାସ ବେଳକୁ ଆଉ ଥରେ କୃମି ଔଷଧ ଦେବା । ଦାନା ର ମାତ୍ରା ଧୀରେ ଧୀରେ ବଢାଇ ୬ ମାସ ବେଳକୁ ୫୦୦ ଗ୍ରାମ ଦାନା ଦେବା । ଏହିପରି ଭାବରେ ଯତ୍ନ ନେଲେ ବାଛୁରୀଟି ୧୮ ମାସ ବେଳକୁ ୧.୫ ରୁ ୨ କୁଇଣ୍ଟାଲ ଓଜନ ହୋଇଯାଇଥିବ ଏବଂ ପ୍ରଜନନ କ୍ଷମତା ଆସିବ । ଯାହାଦ୍ୱାରା ବାଛୁରୀଟି ଶୀଘ୍ର ଗୋଟିଏ ଉତ୍ତମ ଗାଈରେ ପରିଣତ ହୋଇ ପାରିବ ।