ସୋରିଷ ଫସଲରେ ପାଉଁସିଆ ରୋଗ ପରିଚାଳନା by RFIS-ADVISORIES published on 2024-03-19T12:18:20Z ସୋରିଷ ଫସଲ ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ସୋରିଷ ଫସଲରେ ପାଉଁସିଆ ରୋଗ ଦେଖାଦେଲେ ପତ୍ରର ଉପର ଭାଗରେ ଫିକା ସବୁଜ ରୁ ହଳଦିଆ ଦାଗ ଏବଂ ପତ୍ରର ତଳ ଭାଗ ପାଉଁସିଆ ଦେଖାଯାଏ । ପତ୍ର ଶୀଘ୍ର ଶୁଖି ଝଡିପଡେ । ଏହି ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ ମେଟାଲାକ୍ସିଲ ଓ ମାଙ୍କୋଜେବ ର ମିଳିତ ଫିମ୍ପିନାଶକ କିମ୍ବା ୩ ଗ୍ରାମ ଫୋସେଟାଇଲ-ଏ.ଏଲ ନାମକ ଫିମ୍ପିନାଶକ କୁ ମିଶାଇ ସିଞ୍ଚନ କରନ୍ତୁ ।