ସୋରିଷ ଫସଲରେ କରତିଆ ମାଛି ନିୟନ୍ତ୍ରଣ by RFIS-ADVISORIES published on 2024-03-19T12:16:01Z "ସୋରିଷ ଫସଲରେ ଲାଗୁଥିବା କୀଟମାନଙ୍କ ମଧ୍ୟରେ କରତିଆ ମାଛି ବା ଶ'ଫ୍ଲାଇ ମୂଖ୍ୟ କୀଟ ଅଟେ । ଏହି କରତିଆ ମାଛିର ଯେଉଁ ଲାର୍ଭା ବାହାରିଥାନ୍ତି ସେମାନେ ସବୁଜ ରଂଗରୁ ଆରମ୍ଭ କରି ଇଷତ୍ ଧୂସର ରଂଗର ହେଇଥାନ୍ତି । ଏହି ମାଛିର ଶୂକ କଅଁଳିଆ ପତ୍ର ଗୁଡିକୁ ଖାଇ ଜାଲି ପରି କରିଦିଅନ୍ତି । ଗଛର କଅଁଳିଆ ଅଗକୁ କୋରି ଖାଆନ୍ତି । ଏହି କରତିଆ ମାଛିର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ବିହନ ବୁଣିବାର ୩ ରୁ ୪ ସପ୍ତାହ ମଧ୍ୟରେ ଜଳ ସେଚନ କରିବା ଦ୍ଵାରା ଏହି ପୋକର ଶୂକ ଗୁଡିକ ପାଣିରେ ବୁଡି ମରିଯାଆନ୍ତି । ଏମାନଙ୍କ ନିୟନ୍ତ୍ରଣ ପାଇଁ ନିମ୍ବ ଜାତୀୟ ତେଲ ବ୍ୟବହାର କଲେ ମଧ୍ୟ ସୁଫଳ ମିଳିଥାଏ । ନିୟମିତ ଭାବରେ ସକାଳ ଓ ସନ୍ଧ୍ୟା ସମୟରେ ଫସଲର ପର୍ଯ୍ୟବେକ୍ଷଣ କରି ଶୂକ ଗୁଡିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ । ପୋକ ଆକ୍ରମଣ ଅଧିକ ଦେଖାଦେଲେ ଏକର ପ୍ରତି ୨୦୦ ମିଲିଲିଟର ଈଥୋଫେନୋପ୍ରୋକ୍ସ ନାମକ କୀଟନାଶକ କିମ୍ବା ୪୦୦ ମିଲିଲିଟର କ୍ଳୋରୋପାଇରିଫସ କୀଟନାଶକ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।